1 of 25

Class- IX

Subject – Life Science

Topic - ବିଶ୍ଵ ମହାମାରୀ ପରିଚାଳନା - 2

Presented By-

Pratyush Kumar Sahu

TGT CBZ

Kamsara NHS, Kamsara

2 of 25

  1. ପ୍ରସାର ଆଧାରରେ ବିଭିନ ପ୍ରକାରର ସଂକ୍ରାମକ ରୋଗ
    1. ବିକ୍ଷିପ୍ତ ସଂକ୍ରାମକ ରୋଗ
    2. ସ୍ଥାନିକ ସଂକ୍ରାମକ ରୋଗ
    3. ମହାମାରୀ
    4. ବିଶ୍ୱ ମହାମାରୀ
  2. ମହାମାରୀ ଓ ବିଶ୍ୱ ମହାମାରୀର କାରଣ ଓ ବ୍ୟାପକତା
  3. ମହାମାରୀ ଓ ବିଶ୍ୱ ମହାମାରୀ ମଧ୍ୟରେ ପ୍ରଭେଦ
  4. ସଂକ୍ରାମକ ରୋଗ କାହାକୁ କୁହାଯାଏ ?
  5. ସଂକ୍ରାମକ ରୋଗର କାରଣ
  6. ସଂକ୍ରମଣ ମାଧ୍ୟମ
  7. ବିଭିନ୍ନ ପ୍ରକାରର ରୋଗ
    • ମ୍ୟାଲେରିଆ
    • ଡେଙ୍ଗୁ ଜ୍ୱର
    • ପ୍ଲେଗ
    • ସ୍ୱାଇନ ଫ୍ଲୁ
    • କୋଭିଡ -19

ପୂର୍ବ ପାଠର ଆଲୋଚନା :

3 of 25

  • ବିଶ୍ୱ ମହାମାରୀର ପରିଚାଳନା
  • ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା
  • ଗୋଷ୍ଠୀ ସ୍ୱାସ୍ଥ୍ୟରକ୍ଷା ଓ ସଂକ୍ରମଣ ପ୍ରତିକାର ବ୍ୟବସ୍ଥା
  • ଜନସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ଦ୍ୱାରା ପ୍ରତିକାର ବ୍ୟବସ୍ଥା
  • ସଙ୍ଗରୋଧ ବା କ୍ଵାରେନଟାଇନ
  • ମଣିଷ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା
  • ଜନ୍ମଗତ ରୋଗ ପ୍ରତିରୋଧକ ଶକ୍ତିପାଇଁ ଦାୟୀ କୋଷ
  • ଆକୋୟାର୍ଡ଼ ରୋଗ ପ୍ରତିରୋଧି ପାଇଁ ଦାୟୀ କୋଷ

ଆଜି ର ଆଲୋଚ୍ୟ ବିଷୟ

4 of 25

ବିଶ୍ଵ ମହାମାରୀର ପରିଚାଳନା :

  • ରୋଗ ଚିକିତ୍ସା ଅପେକ୍ଷା ରୋଗ ପ୍ରତିକାର ଓ ପରିଚାଳନା ବ୍ୟବସ୍ଥା ଅଧିକ ସ୍ଵାଗତଯୋଗ୍ୟ ପଦକ୍ଷେପ ।

  • ଉତ୍ତମ ପରିମଳ ବ୍ୟବସ୍ଥା ଓ ଜନସ୍ଵାସ୍ଥ୍ୟ ରକ୍ଷା ନିୟମ ମାନିବା

  • ନିର୍ମଳ ବାୟୁ, ବିଶୁଦ୍ଧ ପାନୀୟଜଳ ଏବଂ ସୁସ୍ଥ ପରିବେଶ ଏକ ସୁସ୍ଥ, ସଂକ୍ରମଣ ବିହୀନ ଜୀବନ ପାଇଁ ଅପରିହାର୍ଯ୍ୟ।

5 of 25

ସଂକ୍ରାମକ ରୋଗର ବାହକ

ଜଳ

ବାୟୁ

କୃମି

ମଶା ଓ ଫ୍ଲି

ରୋଗଜନକ ଦ୍ୱାରା ହେଉଥିବା ରୋଗଟି ଗୋଟିଏ ଜୀବ ବା ବ୍ୟକ୍ତିଠାରୁ ଅନ୍ୟକୁ ପ୍ରସାରିତ ହେବାର କ୍ଷମତା ଥିଲେ, ତାହାକୁ ସଂକ୍ରାମକ ରୋଗ କୁହାଯାଏ I

ସଂକ୍ରାମକ ରୋଗ:

6 of 25

ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା

ରୋଗର ବାହକ

ପ୍ରତିକାର

ଫୁଟା ପାଣିକୁ ଛାଣି ପିଇବା, ହଇଜା, ଏମିବା ବ୍ୟାଧି, ଆନ୍ତ୍ରିକ ଜ୍ଵର ଠାରୁ ରକ୍ଷା ପାଇପାରିବା ।

1. ଜଳ

ହଇଜା

7 of 25

ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା

ରୋଗର ବାହକ

ପ୍ରତିକାର

2. ମଶା ଓ ଫ୍ଲି

  • ପରିଷ୍କାର ପରିବେଶ। ମଶା ଶୂକଙ୍କୁ ମାରିବା ପାଇଁ ପୋଖରୀରେ ଗମ୍ବୁସିଆ ମାଛ।
  • ଗରମ ଖାଦ୍ୟ ସେବନ।

8 of 25

ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା

ରୋଗର ବାହକ

ପ୍ରତିକାର

3. କୃମି

  • ଦରସିଝା ଖାଦ୍ୟକୁ ଉତ୍ତମ ଭାବରେ ସିଝାଇ ସେବନ କରିବା।

9 of 25

ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା

ରୋଗର ବାହକ

ପ୍ରତିକାର

4. ବାୟୁ

  • ଆବଶ୍ୟକ ନଥିଲେ ଘର ଭିତରେ ରହିବା
  • ମୁଖା ବା ମାସ୍କ ଦ୍ୱାରା ନାକ ଓ ପାଟି କୁ ଘୋଡାଇ ରଖିବା
  • ବାହାରୁ ଆସିଲେ ହାତ କୁ 30-40 ସେକେଣ୍ଡ ସାବୁନ ବା ହେଣ୍ଡୱାସ ଲଗାଇ ଧୋଇବା
  • ଅଯଥା ନାକ, ପାଟି , ଆଖିରେ ହାତ ଲଗାଇବା ନାହିଁ

10 of 25

ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ରୋଗ ପ୍ରତିକାର ବ୍ୟବସ୍ଥା

  • ସଂକ୍ରମିତ ବ୍ୟକ୍ତିକୁ ଘରେ ଏକ ପ୍ରୁଥକାବାସରେ ରଖିବା ଓ ଉତ୍ତମ ଚିକିତ୍ସା ବିଧି ଅବଲମ୍ବନ କରିବା ।
  • ରୋଗ ପ୍ରତିରୋଧ ଶକ୍ତି ବଢେଇବା ପାଇଁ ଟୀକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଟୀକା ଗ୍ରହଣ କରିବା ।

11 of 25

ଜନସ୍ଵIସ୍ଥ୍ୟ ବିଭାଗ ଓ ସରକାରଙ୍କ ଦ୍ୱାରା ପ୍ରତିକାର ବ୍ୟବସ୍ଥା :

  1. ପରୀକ୍ଷଣ ହାର ବଢାଇଲେ ସଂକ୍ରମଣ ହାର ଜଣାପଡେ।
  2. ଡ଼ାକ୍ତରଖାନାରେ ଆଇସୋଲେସନ୍ ୱାର୍ଡ ଓ ଜନବସତି ଅଞ୍ଚଳରେ କ୍ଵIରେନଟାଇନ ସେଣ୍ଟର୍ ବ୍ୟବସ୍ଥା କରିବା।
  3. ମେଳା ମହୋତ୍ସବ ଓ ଜନ ଗହଳି ପାଇଁ ପ୍ରତିବନ୍ଧକ ଲଗାଇବା।
  4. ସ୍କୁଲ ଓ କଲେଜ ରେ ଶିକ୍ଷଣ କାର୍ଯ୍ୟକ୍ରମକୁ ଅଭାସୀ ବା ଭର୍ଚୁଆଲ୍ ମାଧ୍ୟମରେ ପରିବେଷଣ କରିବା।
  5. ଅଫିସ୍ କାର୍ଯ୍ୟ ଅନଲାଇନ୍ ରେ ସମ୍ପାଦନ ପାଇଁ ପ୍ରୋତ୍ସାହିତ କରିବା।

12 of 25

ଜନସ୍ଵIସ୍ଥ୍ୟ ବିଭାଗ ଓ ସରକାରଙ୍କ ଦ୍ୱାରା ପ୍ରତିକାର ବ୍ୟବସ୍ଥା :

6. ସଂକ୍ରମିତ ରାଜ୍ୟ ବା ଦେଶରୁ ଆସିଥିବା ଲୋକଙ୍କୁ ୧୪ ଦିନ ସଂଗରୋଧ ବା କ୍ଵIରେନଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ କରିବା।

7. ସେମିନାର ଓ ୱାର୍କସପ ଇତ୍ୟାଦି କୁ ଅନଲାଇନ ରେ କରିବା I

8. ମାସ୍କ ଓ ସାମାଜିକ ଦୁରତ୍ୱ ପାଳନକୁ କଡାକଡି କରିବା।

9. ରେଡ଼ିଓ, ଟିଭି, ଖବରକାଗଜ ପରି ଗଣମାଧ୍ୟମ ଦ୍ୱାରା ଜନସଚେତନତା ସୃଷ୍ଟି କରିବା I

10. ସମସ୍ତ ନାଗରିକଙ୍କୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ୍ କରିବା ।

13 of 25

  • ରୋଗ ସଂକ୍ରମଣକୁ ପ୍ରତିରୋଧ କରିବାପାଇଁ ବ୍ୟକ୍ତି ବା ପଶୁପକ୍ଷୀଙ୍କର ପୃଥକୀକରଣ, ସଙ୍ଗରୋଧ ବା ଏକାନ୍ତବାସ ବ୍ୟବସ୍ଥାକୁ କ୍ୱାରେନ୍‌ଟାଇନ୍ କୁହାଯାଏ ।
  • ଏହା ଏକ ସବୁଠାରୁ ପୁରାତନ ଏବଂ ପ୍ରଭାବଶାଳୀ ବ୍ୟବସ୍ଥା ।
  • ପୃଥକୀକରଣ ବା ଆଇସୋଲେସନ୍ ର ଅର୍ଥ ସଂକ୍ରମିତ ବା ଅସୁସ୍ଥ ବ୍ୟକ୍ତି କୁ ସୁସ୍ଥ ବ୍ୟକ୍ତି ଠାରୁ ଅଲଗା ରଖିବା।
  • କ୍ବାରେନ୍‌ଟାଇନ୍ ଅର୍ଥ ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କୁ ଅଲଗା ରଖି ସଂକ୍ରମଣ ବା ରୋଗ ପ୍ରସାରକୁ ରୋକିବା।

ସଙ୍ଗରୋଧ ବା କ୍ବାରେନ୍‌ଟାଇନ୍ (Quarantine)

14 of 25

  • ଚତୁର୍ଦ୍ଦଶ ଶତାବ୍ଦୀରେ ପ୍ଲେଗ୍ ରୋଗ ଯୋଗୁଁସଂକ୍ରମିତ ଦେଶରୁ ଆସୁଥିବା ଜଳଜାହାଜ ଗୁଡ଼ିକୁ ୪୦ ଦିନପାଇଁ ଭେନିସ୍ ବନ୍ଦରରେ ଲଙ୍ଗର ପକାଇ ଅପେକ୍ଷା କରିବାକୁ କୁହାଯାଇଥିଲା । ୪୦ ଦିନ ପରେ ପ୍ଲେଗ୍ ସଂକ୍ରମିତ ହୋଇନଥିବା ଯାତ୍ରୀମାନଙ୍କୁ ସହର ଭିତରକୁ ପଶିବାକୁ ଅନୁମତି ମିଳୁଥିଲା ।
  • ଏହି ବ୍ୟବସ୍ଥାରେ ଇନ୍‌ଫ୍ଲୁଏଞ୍ଜା, ପ୍ଲେଗ୍, ସ୍ବାଇନ୍ ଫ୍ଲୁ, କୋଭିଡ-19 ଭଳି ବିଶ୍ଵ ମହାମାରୀ କୁ ନିୟନ୍ତ୍ରଣ କରାଯାଇପାରିଛି।
  • କ୍ସାରେନ୍‌ଟାଇନ୍ ଦ୍ଵାରା ସଂକ୍ରମଣହାର ୮୧% ରୁ ୪୪% ପର୍ଯ୍ୟନ୍ତ ହ୍ରାସ ପାଇଥାଏ ଏବଂ ମୃତ୍ୟୁହାର ୬୧% ରୁ ୩୧% କୁ ହ୍ରାସ ପାଇଥାଏ ।

15 of 25

  • ଗୋଟିଏ ରୋଗଜନକ ପରଜୀବୀ ପ୍ରାଣୀ ନିଜର ପୋଷକ ପ୍ରାଣୀ ଶରୀରରେ ପ୍ରବେଶ କରିବା ଠାରୁ ପ୍ରଥମ ରୋଗ ଲକ୍ଷଣ ପ୍ରକାଶ ପାଇବା ସମୟ ଅବଧିକୁ “ରୋଗ ପୁଷ୍ଟି ସମୟ” (Incubation period) କୁହାଯାଏ ।

  • ଏହି ରୋଗପୁଷ୍ଟି ସମୟ (Incubation period) କୁ ବିଚାରକୁ ନେଇ କ୍ୱାରେନ୍‌ଟାଇନ୍ ସମୟ ଅବଧି ସ୍ଥିର କରାଯାଇଥାଏ ।

  • କୋଭିଡ଼ –୧୯ ବିଶ୍ବମହାମାରୀପାଇଁ କ୍ବାରେନ୍‌ଟାଇନ୍ ସମୟ ଅବଧି ୧୪ ଦିନ ନିର୍ଦ୍ଧାରିତ ହୋଇଥିଲା ।

  • ଭୂତାଣୁଜନିତ ରୋଗ ପାଇଁ ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ସଂକ୍ରମିତ ଅଙ୍ଗର ସୁରକ୍ଷା ବ୍ୟବସ୍ଥା କରାଯାଏ ଓ ରୋଗ ପ୍ରତିରୋଧ ଶକ୍ତି ବଢେଇବା ପାଇଁ ପ୍ରୟାସ କରାଯାଇଥାଏ।

16 of 25

ମଣିଷ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା

  • ଶରୀରରେ ବାହ୍ୟ ସଂକ୍ରମଣକୁ ମୁକାବିଲା କରି ବିନାଶ କରିବା କ୍ଷମତାକୁ ରୋଗ ପ୍ରତିରୋଧ ଶକ୍ତି (Immunity) କୁହାଯାଏ ।

  • ଏହି ସମ୍ପର୍କିତ ପାଠ୍ୟକ୍ରମକୁ ଇମ୍ୟୁନୋଲୋଜି ବା ରୋଗ ପ୍ରତିରୋଧ ବିଜ୍ଞାନ କୁହାଯାଏ ।

  • ରୋଗ ପ୍ରତିରୋଧ ଶକ୍ତି –

  1. ଜନ୍ମଗତ ରୋଗ ପ୍ରତିରୋଧ ଶକ୍ତି

(Innate Immunity)

(2) ଅର୍ଜିତ ରୋଗ ପ୍ରତିରୋଧ ଶକ୍ତି

(Acquired Immunity)

ଚର୍ମ , ଏଞ୍ଜାଇମ୍, ଲାଇସୋଜାଇମ୍,

ନିଉଟ୍ରୋଫିଲ୍, ମନୋସାଇଟ୍,ଇଓସିନୋଫିଲ

ବର୍ଦ୍ଧିତ ଶକ୍ତିଯୁକ୍ତ T-ଲିମ୍ଫୋସାଇଟ୍, B-ଲିମ୍ଫୋସାଇଟ୍‌ରୁ ତିଆରି ହୋଇଥିବା ପ୍ରତିପିଣ୍ଡ ବା ଆଣ୍ଟିବଡ଼ି ।

17 of 25

ଜନ୍ମଗତ ରୋଗ ପ୍ରତିରୋଧ ଶକ୍ତି

ନିଉଟ୍ରୋଫିଲ୍ :

  • ଏହା ପରିପକ୍ଵ କୋଷ।
  • ସଂକ୍ରମଣ ପାଇଁ ହୋଇଥିବା ପ୍ରଦାହରେ ନିଉଟ୍ରୋଫିଲ୍‌ ଗୁଡ଼ିକ ପ୍ରବେଶ କରି IଗୋସIଇଟୋସିସ ପ୍ରକ୍ରିୟାରେ ରୋଗ କାରକ ଗୁଡ଼ିକୁ ମାରି ଖାଇଦିଅନ୍ତି (୫ ରୁ ୨୦ ଟି ବୀଜାଣୁ )।

ମନୋସାଇଟ୍ :

  • ଏହା ଅପରିପକ୍ୱ କୋଷ।
  • ପରିପକ୍ୱ ପରେ ଏମାନଙ୍କୁ ମାକ୍ରୋଫେଜ୍ କହନ୍ତି।

ଅବସ୍ଥିତି

ନାମ

ଯକୃତ

କୁଫରସେଲ

ମସ୍ତିଷ୍କ

ମାଇକ୍ରୋଗ୍ଲିଆ

ଫୁସଫୁସ୍

ଆଲଭିଓଲାର ମାକ୍ରୋଫେଜ୍

18 of 25

ଇଓସିନୋଫିଲ୍

  • ସଂକ୍ରମଣ ଯୋଗୁ ରକ୍ତରେ ଏହାର ସଂଖ୍ୟା ବୃଦ୍ଧି ପାଇଲେ ଏହି ପ୍ରକ୍ରିୟାକୁ ଇଓସିନୋଫିଲିଆ (Eosinophilia) କୁହାଯାଏ।
  • ଫାଗୋସାଇଟୋସିସ୍ କ୍ଷମତା ଦୁର୍ବଳ ।
  • ପରଜୀବୀଙ୍କ ଶରୀରରେ ଲାଗିରହି କିଛିପରିମାଣରେ ବିଷ ନିର୍ଗତକରି ପରଜୀବୀଙ୍କୁ ମାରି ଦିଅନ୍ତି ।

ନିଉଟ୍ରୋଫିଲ୍‌ଙ୍କ ଅପେକ୍ଷା ମାକ୍ରୋଫେଜ୍‌ଗୁଡ଼ିକ ଅଧିକ ଶକ୍ତିଶାଳୀ ।

ଗୋଟିଏ ମାକ୍ରୋଫେଜ୍ ଗୋଟିଏ ସମୟରେ ପ୍ରାୟ ୧୦୦ଟି ବୀଜାଣୁ ଖାଇପାରେ ।

19 of 25

ଅର୍ଜିତ ରୋଗ ପ୍ରତିରୋଧ ଶକ୍ତି

(2) ହ୍ୟୁମୋରାଲ ରୋଗ ପ୍ରତିରୋଧ ବ୍ୟବସ୍ଥା

ଅର୍ଜିତ ରୋଗ ପ୍ରତିରୋଧ ବ୍ୟବସ୍ଥା

  1. କୋଷକୀୟ ରୋଗ ପ୍ରତିରୋଧ ବ୍ୟବସ୍ଥା

ସଶକ୍ତି T - ଲିମ୍ଫୋସାଇଟ୍ ଦ୍ୱାରା

ରୋଗ ପ୍ରତିରୋଧ ଶକ୍ତି ବଢାଏ ।

ସଶକ୍ତି B - ଲିମ୍ଫୋସାଇଟ୍ ଦ୍ୱାରା

ରୋଗ ପ୍ରତିରୋଧ ଶକ୍ତି ବଢାଏ ।

20 of 25

ଟି- ଲିମ୍ଫୋସାଇଟ ଓ ବି-ଲିମ୍ଫୋସାଇଟ ମଧ୍ୟରେ ପ୍ରଭେଦ

ଟି- ଲିମ୍ଫୋସାଇଟ

ବି-ଲିମ୍ଫୋସାଇଟ

ଟି- ଲିମ୍ଫୋସାଇଟ କୁ ଟି-କୋଷ ମଧ୍ୟ କୁହାଯାଏ

ବି-ଲିମ୍ଫୋସାଇଟକୁ ବି-କୋଷ କୁହାଯାଏ

ଟି- ଲିମ୍ଫୋସାଇଟ ର ପ୍ରାକ-ପ୍ରସ୍ତୁତି ଥାଇମସ ଗ୍ରନ୍ଥି ରେ ହୋଇଥାଏ

ବି-ଲିମ୍ଫୋସାଇଟ ଗୁଡିକ ମଣିଷର ଦ୍ଵିତୀୟକ ଲସିକାଙ୍ଗ (Secondary lymphoid Organ) ଯଥା: ସ୍ଫ୍ଲିନ ଓ ଲିମ୍ଫ ନୋଡରେ ପ୍ରାକ-ପ୍ରସ୍ତୁତି ବା ସକ୍ରିୟ ହୋଇଥାନ୍ତି

ଏଗୁଡିକ ଶକ୍ତିବର୍ଦ୍ଧକ ଲିମ୍ଫୋସାଇଟ ଏବଂ ମଣିଷ ଶରୀରରେ କୋଷକୀୟ ରୋଗ ପ୍ରତିରୋଧି ବ୍ୟବସ୍ଥା ପାଇଁ ଦାୟୀ

ବି-ଲିମ୍ଫୋସାଇଟରୁ ଆଣ୍ଟିବଡ଼ି ତିଆରି ହୁଏ I ଏଗୁଡିକ ଆକୋୟାର୍ଡ଼ ରୋଗ ପ୍ରତିରୋଧି ବ୍ୟବସ୍ଥା ପାଇଁ ଦାୟୀ

21 of 25

ପ୍ରଶ୍ନIବାଳୀ

ନିମ୍ନ ପ୍ରଶ୍ନଗୁଡ଼ିକରେ ଦିଆଯାଇଥବା ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ I

1. କୋଭିଡ -୧୯ ଏକ ___________ ପ୍ରକାରର ରୋଗ I

(A)ବିକ୍ଷିପ୍ତ ସଂକ୍ରାମକ ରୋଗ (B) ସ୍ଥIନିକ ସଂକ୍ରାମକ ରୋଗ

(C)ମହାମାରୀ (D) ବିଶ୍ୱ ମହାମାରୀ

2. ଜଳାଶୟ ଗୁଡ଼ିକରେ____________ ମାଛ ଛାଡ଼ିଲେ ସେଗୁଡ଼ିକ ମଶାର ଶୂକଙ୍କୁ ଖାଇ

ମଶାଙ୍କର ବଂଶ ବିସ୍ତାରକୁ ରୋକିଥାନ୍ତି ।

(A)ସାରଡିନ (B) ମ୍ୟାକେରଲ (C) ଟୁନା (D) ଗମ୍ବୁସିଆ

3. ବାହାରୁ ଫେରିବା ପରେ ହାତକୁ ସାବୁନ ବ୍ୟବହାର କରି ଭଲ ଭାବରେ _________

ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା ଆବଶ୍ୟକ ।

(A)30-40 (B ) 20- 30 (C) 50-60 (D) 10-20

ବିଶ୍ୱ ମହାମାରୀ

ଗମ୍ବୁସିଆ

30-40

22 of 25

4. ସଂକ୍ରମିତ ରାଜ୍ୟ ବା ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ________ ଦିନ

ସଙ୍ଗରୋଧ କ୍ୱାରେନ୍‌ଣ୍ଟାଇନ୍ (Quarantine) ବ୍ୟବସ୍ଥା ବାଧ୍ୟତାମୂଳକ ହେବା

ଆବଶ୍ୟକ ।

(A) 12 (B)14 (C) 16 (D) 18

5. ଯକୃତ ଭିତରେ ରହିଥିବା ମାକ୍ରୋଫେଜ୍‌କୁ _______________କୁହାଯାଏ ।

(A) ମାଇକ୍ରୋଗ୍ଲିଆ (B) ଆଲଭିଓଲାର ମାକ୍ରୋଫେଜ୍

(C) କୁଫରସେଲ୍ (D) କୌଣସିଟି ନୁହେଁ

6. ନିଉଟ୍ରୋଫିଲ୍‌ଙ୍କ ପରି ମାକ୍ରୋଫେଜ୍‌ଗୁଡ଼ିକ ମଧ୍ୟ______________ ପ୍ରକ୍ରିୟା

ଦ୍ୱାରା ରୋଗଜନକ ପରଜୀବୀପ୍ରାଣୀଙ୍କୁ ମାରି ଖାଇଯାଆନ୍ତି ।

(A) ବିସରଣ (B) ପରାସାରଣ

(C) ଫାଗୋସାଇଟୋସିସ୍ (D) ପିନୋସାଇଟୋସିସ୍

14

କୁଫରସେଲ୍

ଫାଗୋସାଇଟୋସିସ୍

23 of 25

7.____________ରକ୍ତ କଣିକାର ଫାଗୋସାଇଟୋସିସ୍ କ୍ଷମତା ଦୁର୍ବଳ I

(A) ବେସୋଫିଲ (B) ନ୍ୟୁଟ୍ରୋଫିଲ୍

(C) ମନୋସାଇଟ୍ (D) ଇଓସିନୋଫିଲ

8.ପରିପକ୍ୱ ମୋନୋସାଇଟ ଗୁଡିକୁ _____________ କହନ୍ତି।

(A) ମାଇକ୍ରୋଫେଜ୍ (B) ମାକ୍ରୋଫେଜ୍

(C) ମେଟାଫେଜ (D) ମନୋଫେଜ

9. ହ୍ୟୁମୋରାଲ ରୋଗ ପ୍ରତିରୋଧ ବ୍ୟବସ୍ଥା __________ ରକ୍ତ କୋଷ ଦ୍ୱାରା ହୋଇଥାଏ I

(A) ବି-ଲିମ୍ଫୋସାଇଟ୍ (B) ନ୍ୟୁଟ୍ରୋଫିଲ୍

(C) ମନୋସାଇଟ୍ (D) ଇଓସିନୋଫିଲ

10. ଟି- ଲିମ୍ଫୋସାଇଟ ର ପ୍ରାକ-ପ୍ରସ୍ତୁତି ____________ଗ୍ରନ୍ଥି ରେ ହୋଇଥାଏ I

(A) ଥାଇମସ (B) ସ୍ଫ୍ଲିନ

(C) ବ୍ୟୁର୍ସI ଅଫ ଫIବ୍ରିକସ (D) ଲାଳଗ୍ରନ୍ଥି

ମାକ୍ରୋଫେଜ୍

ଇଓସିନୋଫିଲ

ଥାଇମସ

ବି-ଲିମ୍ଫୋସାଇଟ୍

24 of 25

  1. ମହାମାରୀ ସମୟରେ ରୋଗ ପ୍ରତିକାର ବ୍ୟବସ୍ଥା ବର୍ଣ୍ଣନ କର ।

2. ବିଶ୍ଵମହାମାରୀ ସମୟରେ ସର୍ବେକ୍ଷଣ ପଦ୍ଧତି ଏବଂ ଏହାର ଉପକାର

ବିଷୟରେ ଉଲ୍ଲେଖ କର ।

3. ବିଶ୍ଵମହାମାରୀ ସମୟରେ ପୃଥକ୍ ବାସ ପଦ୍ଧତିର ଗୁରୁତ୍ଵ ଏବଂ ଡାକ୍ତରଖାନାରେ

ପୃଥକ୍ ବାସ ବ୍ୟବସ୍ଥା ବିଷୟ ଲେଖ ।

4.ପ୍ରଭେଦ ଦର୍ଶାଅ ।

(କ) ଇନେଟ୍ ରୋଗ ପ୍ରତିରୋଧ ଶକ୍ତି ଓ ଆକୋୟାର୍ଡ଼ ରୋଗ ପ୍ରତିରୋଧ ଶକ୍ତି ।

(ଖ) ଟି-ଲିମ୍ଫୋସାଇଟ୍ ଓ ବି-ଲିମ୍ଫୋସାଇଟ୍ ।

ଗୃହକାର୍ଯ୍ୟ

25 of 25