ବଂଶ ପରିଚୟ
ସଦ୍ବଂଶ କହିଲେ ମୁଁ ବୁଝେ ସେହି ବଂଶ ଯେଉଁ ମାନଙ୍କ ପରିବାରରେ ବାହା-ସାହା ବ୍ୟାପାରରେ କୌଣସି ଗୋଳମାଳ ପ୍ରବେଶ କରି ନାହିଁ ଏବଂ ଯେଉଁମାନେ ଧର୍ମ, ଇଷ୍ଟ, କୃଷ୍ଟି ଓ ସଦାଚାର ସମ୍ବନ୍ଧରେ ନିଷ୍ଠାବାନ | ସେମାନେ ଦରିଦ୍ର ହୁଅନ୍ତୁ ବା ଲେଖା ପଢ଼ା ବେଶୀ ନ ଜାଣନ୍ତୁ, ସେଥିରେ କୌଣସି କ୍ଷତି ନାହିଁ |
ବଂଶର ଆୟୁ କେମିତି, ରୋଗ ଅଛି କି ନାହିଁ, ବୋଧ କେମିତି, ବୁଦ୍ଧି ଅଛି କି ନାହିଁ, ଚାଲିଚଳନ-ଆଚାର-ଚରିତ୍ର କେମିତି, ସେମାନଙ୍କର ସ୍ୱଭାବ ସୁନ୍ଦର କି ନୁହେଁ, ବଂଶ ମାତାଲ କି ନୁହେଁ, ତାହା ଦେଖିବା ଦରକାର | ଏଗୁଡ଼ିକ ନ ଦେଖି ବିବାହ ଦେଲେ କିନ୍ତୁ ପ୍ରାୟହିଁ ଠକିବାକୁ ହୁଏ |